ବଲିଉଡ ଜଗତରେ ଲାଗିଛି କାହାର ଖରାପ ନଜର । ଗୋଟିଏ ପରେ ଗୋଟିଏ ଭେଟେରାନ ଅଭିନେତାଙ୍କର ହେଉଛି ମୃତ୍ୟୁ । ନିକଟରେ ଅଭିନେତା ସତୀଶ କୌଶିକଙ୍କର ରହସ୍ୟମୟ ଭାବେ ମୃତ୍ୟୁ ହେବା ପରେ ଏବେ ଆଉ ଜଣେ ବରିଷ୍ଠ ଅଭିନେତା ସମୀର ଖାଖରଙ୍କର ପରଲୋକ ହୋଇଛି । ଶ୍ୱାସ ଜନିତ ସମସ୍ୟା ହେବାରୁ ସମୀର ଖାଖରଙ୍କୁ ମୁମ୍ବାଇ ବୋରୀବଲି ସ୍ଥିତ ଏମଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଦେହାନ୍ତ ଅଭିନୟ ଜଗତରେ ଅପୂରଣୀୟ କ୍ଷତି ଆଣିଥିବା କହିଛନ୍ତି ଅଭିନେତା ଅଭିନେତ୍ରୀ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ