The Topmost

“The eyes believe themselves, the ears believe other people.”

ଅବୁଲ କାଲାମ ଆଜାଦଙ୍କୁ ମନେପକାଉଛି ଦେଶ

ଆଜି ରାଷ୍ଟ୍ରୀୟ ଶିକ୍ଷା ଦିବସ । ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ଅବୁଲ କାଲାମ ଆଜାଦଙ୍କୁ ମନେପକାଉଛି ଦେଶ । ଦେଶର ମହାନ ସ୍ବାଧିନତା ସଂଗ୍ରାମୀଙ୍କ ସହ ଜଣେ ବିଦ୍ବାନ ଓ ଶିକ୍ଷାବିତ୍ ଭାବେ ଅବୁଲ କାଲାମ ଆଜାଦଙ୍କୁ ସାରା ଦେଶ ଜାଣିଛି । ତାଙ୍କର ଜନ୍ମ ଜୟନ୍ତୀଙ୍କୁ ସାରା ଦେଶରେ ରାଷ୍ଟ୍ରୀୟ ଶିକ୍ଷା ଦିବସ ଭାବେ ପାଳନ କରାଯାଏ । ସ୍ବାଧିନତା ପରେ ଦେଶର ବିକାଶ ପାଇଁ ଶିକ୍ଷା କେତେ ଜରୁରୀ ତାହାର ଭଲ ଭାବେ ଅନୁଶୀଳନ କରିଥିଲେ ଆଜାଦ । ସେଥିପାଇଁ ଆଧୁନିକ ଶିକ୍ଷା ପଦ୍ଧତିକୁ ଦେଶରେ ଲାଗୁ କରିବା ପାଇଁ ସେ ଅନେକ ନୀତି କରିଥିଲେ ।