ଅବଦୁର ରେହମାନକୁ ୭ବର୍ଷ ୫ମାସ ଜେଲ । ଅଲକାଏଦା ଲିଙ୍କରେ ଅବଦୁରକୁ ପଟିଆଲା ହାଉସକୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ଅବଦୁର ସହ ଅନ୍ୟ ତିନି ସହଯୋଗୀଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହାସହ ୨୫ ହଜାର ଲେଖାଏଁ ଜରିମାନା ଦଣ୍ଡାଦେଶ ଦିଆଯାଇଛି । ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗରେ ୨୦୧୫ ମସିହା ଡିସେମ୍ବର ୧୬ରେ ଅବଦୁରକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଜଗତପୁରର ପଶ୍ଚିମକଚ୍ଛ ଗାଁରୁ ଅବଦୁରକୁ ଗିରଫ କରାଯାଇଥିଲା । ଅବଦୁର ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟର ସଦସ୍ୟ ବୋଲି ଜଣାପଡ଼ିଥିଲା । ସେ ସଂଗଠନର ନିଯୁକ୍ତି କଥା ବୁଝୁଥିଲା ବୋଲି ପୋଲିସ୍ କହିଥିଲା । ଏହାସହ ଅନେକ ଥର ପାକିସ୍ତାନ ଯାଇ ଆତଙ୍କୀ ସଂଗଠନର ମୁଖିଆଙ୍କୁ ଭେଟିଥିଲା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ