ଚନ୍ଦ୍ରପୃଷ୍ଠର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ ୩ । ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛି ଲ୍ୟାଣ୍ଡର ବିକ୍ରମ । ଏଲଏଚଡିଏ କ୍ୟାମେରାରୁ ଏହି ଫଟୋ ଉତ୍ତୋଳନ କରି ପଠାଇଛି ଲ୍ୟାଣ୍ଡର । ଏଲଏଚଡିଏସି ଅର୍ଥାତ ଲ୍ୟାଣ୍ଡର ହାଜାର୍ଡ ଡିଟେକସନ ଆଣ୍ଡ ଆଭଏଡାନ୍ସ କ୍ୟାମେରା । ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡିଂ ସ୍ଥାନ ଖୋଜିବା ପାଇଁ ଏହି କ୍ୟାମେରା ସହଯୋଗ କରୁଛି । ଏହି ଫଟୋ ଗୁଡିକ ଜରିଆରେ ଲ୍ୟାଣ୍ଡର କେଉଁ ସ୍ଥାନରେ ଓହ୍ଳାଇବ ତାହା ଚିହ୍ନଟ କରାଯିବ । ସୁରକ୍ଷିତ ଲ୍ୟାଣ୍ଡିଂ ନେଇ ଜାଗା ଚିହ୍ନଟ କରାଯିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଏହି ନୂଆ ଫଟୋ ଗୁଡିକୁ ସେୟାର କରାଯାଇଛି । ଦିନକ ପରେ ଚନ୍ଦ୍ରରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ ୩ । ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ