ଆଜିକାଲି ବିଭିନ୍ନ କମ୍ପାନି ଭିନ୍ନଭିନ୍ନ ଉପାୟରେ କର୍ମଚାରୀଙ୍କୁ ସୁବିଧା ପ୍ରଦାନ କରୁଛନ୍ତି । ଅନେକ ସମୟରେ ଏଭଳି ଆଇଡିଆ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ସେହିଭଳି ବେଙ୍ଗାଲୁରୁର ଏକ କମ୍ପାନି ନିଜ କର୍ମଚାରୀଙ୍କୁ ଦେଇଛି ସ୍ୱତନ୍ତ୍ର ସୁବିଧା । ଏହି ସୁବିଧା ଅନୁସାରେ କର୍ମଚାରୀମାନେ କାମ ସମୟରେ ୩୦ମିନିଟ୍ ବିଶ୍ରାମ ନେଇପାରିବେ । ସୋସିଆଲ ମିଡିଆରେ ଘଟଣାଟି ବେଶ୍ ଭାଇରାଲ ହେବାରେ ଲାଗିଛି । ଏ ନୁଆନିୟମ ନେଇ କମ୍ପାନି ପକ୍ଷରୁ ମେଲ ଜରିଆରେ ସମସ୍ତ କର୍ମଚାରୀଙ୍କୁ ଜଣା ଯାଇଛି । ଏହି ବିଶ୍ରାମ ପାଇଁ ୨ଟାରୁ ୨.୩୦ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ବିଶ୍ରାମ ସମୟରେ କୌଣସି କର୍ମଚାରୀ ଚାହିଁଲେ ମଧ୍ୟ କାମ କରିପାରିବେ ନାହିଁ, କାରଣ କମ୍ପାନି ପକ୍ଷରୁ କାମକୁ ଏ ସମୟରେ ବନ୍ଦ କରିଦିଆଯିବ । କମ୍ପାନି ପକ୍ଷରୁ ଏ ସମ୍ପର୍କରେ ଏକ ସର୍ଭେ କରାଯାଇଛି, ଯେଉଁଥିରୁ ଜଣା ପଡିଥିଲା କି ଖରାବେଳେ ବିଶ୍ରାମନେବା ଶରୀର ପାଇଁ ବିଭିନ୍ନ ଉପାୟରେ ଲାଭପ୍ରଦ । ତେଣୁ କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
“The eyes believe themselves, the ears believe other people.”
More Stories
ଜାଣନ୍ତୁ କଣ ଏହି ଲକ୍ଷପତି ଦିଦି ସହାୟିକା ଯୋଜନା, କିଏ ପାଇବେ ସାହାଯ୍ୟ
କୌଣସି ଯନ୍ତ୍ର ବିନା ନିଜେ ମାପନ୍ତୁ ସୁନାର ସୁଦ୍ଧତା
cyber security, ଓଡିଆ ଝିଅ ପ୍ରାଚୀ ମହାପାତ୍ରଙ୍କ କମାଲ