The Topmost

“The eyes believe themselves, the ears believe other people.”

ଅପରେସନ ଲୋଟସର ସିବିଆଇ ଯାଞ୍ଚ୍ ନେଇ ଦାବି

ସିବିଆଇ ଅଫିସ ଆଗରେ ଆପ୍ ବିଧାୟକଙ୍କ ଧାରଣା । ଦିଲ୍ଲୀରେ ଆଉପାଦେ ଆଗକୁ ଆଗେଇଲା ଆପ୍-ବିଜେପି ଯୁଦ୍ଧ । ବିଭିନ୍ନ ରାଜ୍ୟରେ ଅପରେଶନ ଲୋଟସ କରି ବିଜେପି ସରକାର ଭାଙ୍ଗିଥିବା ଅଭିଯୋଗ କରିଛି ଆପ୍ । ଏହାକୁ ନେଇ ଯାଞ୍ଚ୍ ଦାବି କରିଛି ଆପ୍ । ଏନେଇ ଆପର କିଛି ବରିଷ୍ଠ ନେତା କିଛିଦିନ ହେବ ସିବିଆଇ ନିର୍ଦ୍ଦେଶକଙ୍କୁ ଭେଟିବାକୁ ଚାହୁଁଥିଲେ । ହେଲେ ସେମାନଙ୍କୁ ଭେଟିବାକୁ ସିବିଆଇ ନିର୍ଦ୍ଦେଶକ ସମୟ ନଦେବାରୁ ଆଜି ଆପ୍ ର ବିଧାୟକମାନେ ସିବିଆଇ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଏନେଇ କେଜ୍ରିଓ୍ବାଲ୍ ଅଭିଯୋଗ ଆଣିଛନ୍ତି ଯେ ଆପ୍ ସରକାର ଭାଙ୍ଗିବା ପାଇଁ ବିଜେପି ଅପରେଶନ ଲୋଟସ ଚଳାଇଥିଲା । ଯାହାକୁନେଇ ବିଜେପି ତରଫରୁ ଆପ୍ ବିଧାୟକଙ୍କୁ କିଣିବାକୁ ୨୦ କୋଟି ଲେଖାଏଁ ଅଫର କରିଥିବା ମଧ୍ୟ କିଛି ଆପ୍ ବିଧାୟକ ଗଣମାଧ୍ୟମ ଆଗରେ କହିଥିଲେ ।