The Topmost

“The eyes believe themselves, the ears believe other people.”

ଅପରିବର୍ତ୍ତିତ ରହିଲା ରେପୋ ରେଟ

ଆହୁରି ବଢିବ ଆବଶ୍ୟକୀୟ ଖାଦ୍ୟ ଓ ବ୍ୟବହାରିକ ସାମଗ୍ରୀର ମୂଲ୍ୟ । ବିଶେଷକରି ପରିବା ଦରରେ ମଧ୍ୟ ବୃଦ୍ଧି ଘଟିବ । ଦେଶର ମୁଦ୍ରାସ୍ଫିତି ଚଳିତ ଆର୍ଥିକ ବର୍ଷରେ ଆହୁରି ମହଙ୍ଗା ହେବାକୁ ଯାଉଛି । ପୂର୍ବରୁ ଧାର୍ଯ୍ୟ ୫.୧ ବଦଳରେ ଚଳିତ ଆର୍ଥିକ ବର୍ଷରେ ଇନଫ୍ଲେସନ୍ ୫.୪ ପ୍ରତିଶତକୁ ବୃଦ୍ଧି ପାଇବ । ମେ’ ମାସରେ ମୁଦ୍ରାସ୍ଫିତୀ ହାର ୪.୩ ପ୍ରତିଶତ ଥିବା ବେଳେ ଜୁନରେ ଏହା ୪.୮ ରହିଥିଲା । ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଏହା ଆହୁରି ବଢ଼ିବା ନେଇ ପୂର୍ବାନୁମାନ କରିଛି ରିଜର୍ଭ ବ୍ୟାଙ୍କ । ତିନିଦିନିଆ ମନିଟାରୀ ପଲିସି ବୈଠକ ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏଭଳି ସୂଚନା ଦେଇଛନ୍ତି । ମୁଦ୍ରାସ୍ଫିତିର ବର୍ଦ୍ଧିତ ଆକଳନ କାରଣରୁ ଏଥର ରେପୋ ରେଟକୁ ଅପରିବର୍ତ୍ତିତ ରଖାଯାଇଛି । ପୂର୍ବଭଳି ଏହା ୬.୫ ପ୍ରତିଶତରେ ରହିବ । କ୍ରମାଗତ ତୃତୀୟଥର ପାଇଁ ଅପରିବର୍ତ୍ତିତ ରହିଛି ରେପୋ ରେଟ୍ । ବ୍ୟାଙ୍କ ଏବଂ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ବୋଝ ନଦେବା ପାଇଁ RBI ଏଭଳି ନିଷ୍ପତ୍ତି ନେଇଥିବା ଗଭର୍ଣ୍ଣର କହିଛନ୍ତି ।