ନୂପୁର ଶର୍ମାଙ୍କ ବୟାନକୁ ନେଇ ବିଧାନସଭାରେ ତୁମ୍ବି ତୁଫାନ । ବିଜେପି କଂଗ୍ରେସ ମୁହାଁମୁହିଁ । ପ୍ରଥମେ ୧୦ ମିନିଟି ପରେ ଅପରାହ୍ନ ୪ଟା ଯାଏ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଶୂନ୍ୟ କାଳରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଟାର୍ଗେଟ କରିଥିଲେ । ଯିଏ ଦେଶକୁ ବିଭାଜନ କରିବା ପାଇଁ ଚାହୁଁଛି ସେ ଦଳ ଶାସନରେ ରହିବା ଯୋଗ୍ୟତା ନାହିଁ କହି କେନ୍ଦ୍ର ସରକାରଙ୍କୁ ତୀର ମାରିଥିଲେ ନରସିଂହ । ସେପଟେ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ବାହାର ପ୍ରସଙ୍ଗକୁ କ’ଣ ପାଇଁ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ରହିଛି । ବିଜେପି ନୂପୁରଙ୍କୁ ନିଲମ୍ବିତ କରିଛି । ଆଉ କ’ଣ ତାଙ୍କୁ ଫାଶୀ ଦେଇଦେବୁ ବୋଲି ପ୍ରଶ୍ନ କରିଛନ୍ତି ବିଷ୍ମୁ ସେଠୀ । ଓଡ଼ିଶା ଏକ ଶାନ୍ତ ପ୍ରିୟ ରାଜ୍ୟ । ସେ ପ୍ରସଙ୍ଗ ଆଣି କ’ଣ ରାଜ୍ୟରେ ହିଂସା କରିବାକୁ କଂଗ୍ରେସ ଚାହୁଁଛି ବୋଲି ବିଷ୍ଣୁ ସେଠୀ ପ୍ରଶ୍ନ କରିଥିଲେ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ