ବିଧାନସଭାରେ ଜାରି ରହିଛି ବଜେଟ ଉପରେ ଆଲୋଚନା । ଆଜି ଅପରାହ୍ନରେ ଦ୍ବିତୀୟ ଦିନରେ ଆଲୋଚନା ହେବ । ଆସନ୍ତାକାଲି ଆଲୋଚନାର ଶେଷ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉତ୍ତର ରଖିବେ । ସୋମବାର ବିଧାନସଭାରେ ବାଚସ୍ପତି ଘୋଷଣା କରିଥିବା ନୂଆ କାର୍ଯ୍ୟ ପରାମର୍ଶଦାତା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବୈଠକରେ ୨୨ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା କରାଯିବ । ୧୪ଦିନ ଧରି ଚାଲିବାକୁ ଥିବା ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନାରେ କେଉଁଦିନ କେଉଁ ବିଭାଗ ଆଲୋଚନା କରାଯିବ ସେନେଇ କାର୍ଯ୍ୟ ପରାମର୍ଶଦାତା ବୈଠକରେ ସ୍ଥିର କରାଯାଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍