ବିଧାନସଭାରେ ଜାରି ରହିଛି ବଜେଟ ଉପରେ ଆଲୋଚନା । ଆଜି ଅପରାହ୍ନରେ ଦ୍ବିତୀୟ ଦିନରେ ଆଲୋଚନା ହେବ । ଆସନ୍ତାକାଲି ଆଲୋଚନାର ଶେଷ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉତ୍ତର ରଖିବେ । ସୋମବାର ବିଧାନସଭାରେ ବାଚସ୍ପତି ଘୋଷଣା କରିଥିବା ନୂଆ କାର୍ଯ୍ୟ ପରାମର୍ଶଦାତା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବୈଠକରେ ୨୨ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା କରାଯିବ । ୧୪ଦିନ ଧରି ଚାଲିବାକୁ ଥିବା ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନାରେ କେଉଁଦିନ କେଉଁ ବିଭାଗ ଆଲୋଚନା କରାଯିବ ସେନେଇ କାର୍ଯ୍ୟ ପରାମର୍ଶଦାତା ବୈଠକରେ ସ୍ଥିର କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା