ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ ତଳେ ପ୍ରବାହିତ ହେଉଛି ମହାନଦୀ ବନ୍ୟାଜଳ । ବନ୍ୟାସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା । ବ୍ରାହ୍ମଣୀ, ବୈତରଣୀ ନିୟନ୍ତ୍ରଣରେ ଅଛି । ରସୁଲପୁର ବ୍ଲକର ଏକ ସ୍ଥାନରେ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି । ତେରମାଣପୁର ଘରିରେ ୧୦ରୁ ୨୦ ଫୁଟ ଘାଇ । ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ ତଳେ ବହୁଛି ବନ୍ୟାଜଳ । ୬ ଲକ୍ଷ ୯୭ ହଜାର କ୍ୟୁସେକ ଅଛି, ବିପଦ ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଲୁଣା, କରଣ୍ଡିଆରେ ପିକ୍ ପାସ୍ କରିଯିବ । ବର୍ଷା ନାହିଁ, ତେଣୁ ଆଉ ଅଧିକ ପାଣି ଆସିବାର ଆଶଙ୍କା ନାହିଁ । ହୀରାକୁଦ ଉପରମୁଣ୍ଡରେ ବହୁତ କମ୍ ବର୍ଷା ହେଉଛି । ପୂର୍ବରୁ ହୋଇଥିବା ବର୍ଷା ପାଣି ଆସୁଛି, ଦ୍ରୁତଗତିରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ୁଛି । ହୀରାକୁଦର ଅଧିକ ଗେଟ୍ ଖୋଲିବା ଯୋଜନା ରହିଛି । ଅପରାହ୍ନରେ ଅଧିକ ଗେଟ୍ ଖୋଲିପାରେ ।
More Stories
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ
4 ଡିଗ୍ରି ଶୀତରେ ଥରୁଛି ସାରା କନ୍ଧମାଳ