ରତ୍ନ ସିଂହାସନ ଛାଡ଼ି ଶରଧାବାଲିରେ କାଳିଆ ସାଆନ୍ତ । ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ । ରଥ ଉପରେ ଦର୍ଶନ ନେଉଛନ୍ତି ଶ୍ରୀଜିଉ । ଆଜି ରଥାରୁଢ ଚତୁର୍ଦ୍ଧା ମୂରତିଙ୍କର ହେବ ଆଡ଼ପ ମଣ୍ଡପ ବିଜେ ନୀତି । ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇ ଅପରାହ୍ମରେ ଆଡ଼ପ ମଣ୍ଡପ ବିଜେ ନୀତି ସମ୍ପାଦନ କରିବେ ସେବାୟତ । ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ । ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ତିନି ଠାକୁର କରିବେ ଲୀଳାଖେଳା । ଶ୍ରୀଗୁଣ୍ଡିଚା ଦିନ ପ୍ରଭୁ ବଳଭଦ୍ରଙ୍କ ରଥ ଶରଧାବାଲିରେ ଲାଗିସାରିଥିବାବେଳେ ଗତକାଲି ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଶରଧାବାଲିକୁ ଟାଣି ଆଣିଥିଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ରଥାରୂଢ କାଳିଆକୁ ଦେଖି ଛଳଛଳ ଭକତ ଆଖି । ଚକାଆଖି ସହ ଆଖି ମିଳାଇ କିଏ କାନ୍ଦି ପକାଉଛି ତ ଆଉ କିଏ ଅଭିମାନ କରୁଛି। ବିଶ୍ବନିୟନ୍ତାଙ୍କ ଦିବ୍ୟ ଦର୍ଶନ କରି ହୃଦୟର ବେଦନା ଜଣାଇଛନ୍ତି ଶ୍ରଦ୍ଧାଳୁ।ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍