ଆଜି ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ । ପ୍ରଦୂଷଣ ପାଇଁ ପ୍ଲାଷ୍ଟିକ କେତେ ପରିମାରଣର ଦାୟୀ ଓ ପ୍ରକୃତି ଉପରେ ଏହାର କେତେ ପ୍ରଭାବ ପଡୁଛି ତାକୁ ନେଇ ଲୋକଙ୍କ ମଧ୍ୟରେ କରାଯାଉଛି ସଚେତନତା । ପରିବେଶକୁ ଏହି ପ୍ଲାଷ୍ଟିକ ଅଧିକରୁ ଅଧିକ ପରିମାଣର କ୍ଷତି ପହଞ୍ଚାଇଥାଏ । ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ନଷ୍ଟ ହେବାକୁ ୧୦୦ରୁ ୫୦୦ ବର୍ଷ ସମୟ ଲାଗିଥାଏ । ଦିନକୁ ଦିନ ପ୍ଲାଷ୍ଟିକର ବହୁଳ ବ୍ୟବହାର ହେଉଥିବା ବେଳେ ଏନେଇ ସମସ୍ୟା ଉପୁଜିଛି । ପ୍ରତିଥର ଏହାକୁ ବ୍ୟାନ୍ କର।ଯାଉଛି । ହେଲେ ଦିନକୁ ଦିନ ବହୁଳ ଭାବରେ ଏହାର ବ୍ୟବହାର ବଢିବାରେ ଲାଗିଛି । ତେଣୁ ଏ ଦିଗରେ ଜନସଚେତନତା ଆବଶ୍ୟକ ହୋଇପଡିଛି । ପରିବେଶକୁ କ୍ଷତି ପହଞ୍ଚାଉଥିବା ଏହି ପ୍ଲାଷ୍ଟିକ ବ୍ୟାଗ ଉପରେ କଟକଣା ଲଗାଯିବା ସହ ଏହାର ବିକଳ୍ପ ବ୍ୟବସ୍ଥା ବାହାର କରାଯିବା ଜରୁରୀ ହୋଇପଡିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍