ଅନୁସୂଚିତ ଜନଜାତିମାନଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅନୁସୂଚିତ ଜନଜାତି ଜମି ନିୟନ୍ତ୍ରଣ ଆଇନ-୧୯୫୬ର ଧାରା-୨ରେ କେତେକ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ଏଣିକି ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ଉପ-ଜିଲ୍ଲାପାଳଙ୍କ ଲିଖିତ ଅନୁମତିକ୍ରମେ ନିଜ ଜମିକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉପହାର ପ୍ରଦାନ, ବଦଳ କିମ୍ବା ବିକ୍ରୟ କରିପାରିବେ। ଏହାସହ କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କର ଉଚ୍ଚ ଶିକ୍ଷା, ଆତ୍ମନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ସର୍ବସାଧରାଣ ଅର୍ଥକରୀ ସଂସ୍ଥାରେ ଜମି ବନ୍ଧକ ରଖି ଋଣ ସଂଗ୍ରହ କରିପାରିବା ସହ ଜଣେ ଅନ୍ୟ ବର୍ଗର ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ । ତେବେ ସମାନ ସମୟରେ ଉକ୍ତ ବ୍ୟକ୍ତି ଯେପରି ଭୂମିହୀନ ବା ଗୃହଶୂନ୍ୟ ନ ହୁଅନ୍ତି, ସେପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ । ଅପରପକ୍ଷେ ଯଦି ଉପ-ଜିଲ୍ଲାପାଳ ଏନେଇ ଅନୁମତି ପ୍ରଦାନ ନ କରନ୍ତି, ତା’ହେଲେ ଉକ୍ତ ବ୍ୟକ୍ତି ୬ ମାସ ମଧ୍ୟରେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ। ଏ କ୍ଷେତ୍ରରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ