ଅନୁଗୁଳ ଜିଲ୍ଲା ହୁଲୁରିସିଂହା ଠାରେ ନିର୍ମାଣ ହେଉଛି ବ୍ଲାକ ଡାଇମଣ୍ଡ । ଯେଉଁଠି ଗୁଞ୍ଜରିତ ହେବ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୀବନୀ, ନୀତି, ଆଦର୍ଶ ସମ୍ପର୍କରେ ଅଧିକରୁ ଅଧିକ ଜାଣିବେ ବିଶ୍ବବାସୀ । ସ୍ଵାଧୀନତା ସଂଗ୍ରାମରେ ଏହି ମହାପୁରୁଷଙ୍କ ଅବିସ୍ମରଣୀୟ ଅବଦାନର ତଥ୍ୟ ରହିବ ଗାନ୍ଧୀ ପ୍ରକୋଷ୍ଠରେ । ମହାତ୍ମାଙ୍କ ଉପରେ ବିଶ୍ୱରେ ଲିଖିତ ବିଭିନ୍ନ ପୁସ୍ତକ ଏଠାରେ ପାଇପାରିବେ ପର୍ଯ୍ୟଟକ । ଅନୁଗୁଳର ଐତିହକୁ ଆଲୋକିତ କରିବାକୁ ଯାଉଥିବା ‘ବ୍ଲାକ ଡାଇମଣ୍ଡ’ ଗାନ୍ଧୀ ଗାଥାର ଏକ ଗନ୍ତାଘର ହେବ । ଏହାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସଂଗ୍ରହାଳୟ ଓ ବିଶ୍ୱସ୍ତରୀୟ ଲାଇବ୍ରେରୀ ଶୀଘ୍ର ଉଦ୍ଘାଟିତ ହେବ । କୋଇଲା ଆକୃତିର ଏହି ଦୁଇ ମହଲା ବିଶିଷ୍ଟ ବ୍ଲାକ ଡାଇମଣ୍ଡର ପ୍ରଥମ ମହଲାରେ ଥିବା ସଂଗ୍ରହାଳୟରେ ଅନୁଗୁଳର କଳା, ସଂସ୍କୃତି, ସାହିତ୍ୟ ଓ ଐତିହକୁ ସାଇତି ରଖାଯିବ । ଅତୀତରେ ଅନୁଗୁଳର ବିଭିନ୍ନ ଗଡ଼ଜାତରେ ରାଜୁତି କରୁଥିବା ରାଜାଙ୍କ ପ୍ରତିମୂର୍ତ୍ତି ଏଥିରେ ସ୍ଥାନ ପାଇବ । ଅନୁଗୁଳର ମାଟି ତଳୁ ବାହାରିଥିବା ପ୍ରାଚୀନ ତାମ୍ର ଫଳକ, ବୁଦ୍ଧମୂର୍ତ୍ତି, ପ୍ରସ୍ତର ଯୁଗର ସାମଗ୍ରୀ, କାରୁକାର୍ଯ୍ୟ ଆଦିକୁ ରଖାଯାଇ ପ୍ରଦର୍ଶିତ କରାଯିବ । ଯାହାକି ଆଗାମୀ ପିଢ଼ି ପାଇଁ ଗର୍ବ ଓ ଗୌରବର ବିଷୟ ହେବ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି