ସବୁ ସୁଆଦିଆ ଖାଦ୍ୟ ପାଟି ପାଇଁ ଭଲ ହୋଇଥାଉ ପଛେ ଶରୀର ପାଇଁ କିନ୍ତୁ ଭଲ ହୋଇ ନଥାଏ। ଅନେକ ଖାଦ୍ୟ ଅଛି ଯାହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଯକୃତ ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ । ଯକୃତ ହିଁ ଶରୀରର ସବୁ କ୍ରିୟାକୁ ସନ୍ତୁଳିତ କରି ରଖିଥାଏ । ଆମ ଶରୀରର ୪୦୦ ରୁ ଅଧିକ କାମ କରିଥାଏ ଯକୃତ । ଶରୀରର ସନ୍ତୁଳନ ରଖିବା କାମ ଯକୃତ ହିଁ କରିଥାଏ । କିଡନିର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ରକ୍ତକୁ ପରିଷ୍କାର କରିଥାଏ ।
ଆପଣ ଯଦି ନିଜ ଯକୃତକୁ ସୁସ୍ଥ ରଖିବାକୁ ଚାହାନ୍ତି ତେବେ ଜଙ୍କ୍ ଫୁଡ୍ ଆଦୌ ବି ଖାଆନ୍ତୁ ନାହିଁ। ଜଙ୍କ୍ ଫୁଡ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ। ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାର ଜଙ୍କ୍ ଫୁଡ୍ ଆପଣଙ୍କ ଯକୃତକୁ ଖରାପ କରିବା ପାଇଁ ଯଥେଷ୍ଟ । ଆଜିର ସମୟରେ ଲୋକମାନେ ମାଂସ ଖାଇବାକୁ ଖୁବ୍ ପସନ୍ଦ କରନ୍ତି । ଭାରତରେ ଶାକାହାରୀଙ୍କ ଠାରୁ ଅଧିକ ମାଂସାହାରୀ ଅଛନ୍ତି । କିନ୍ତୁ ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ମାଂସ ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇପାରେ । ଏହା ମଧ୍ୟ ଯକୃତ ଖରାପର ଅନ୍ୟତମ କାରଣ। ଅଧିକାଂଶ ଲୋକ ଧୂମପାନ କରିବାକୁ ମଧ୍ୟ ଖୁବ୍ ଭଲ ପାଆନ୍ତି । କିନ୍ତୁ ଧୂମପାନ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ ଯାହା ଯକୃତକୁ ଅକାମୀ କରିଦିଏ ।
ବର୍ତ୍ତମାନ ଲୋକଙ୍କର ଫାଷ୍ଟଫୁଡ୍ ଖାଇବା ଅଧିକ ପସନ୍ଦ । କିନ୍ତୁ ଏହି ଫାଷ୍ଟଫୁଡ୍ ଯେ ଶରୀର ପାଇଁ କେତେ କ୍ଷତିକାରକ ଆପଣ ଏବେ ନହେଲେ ପରେ ନିଶ୍ଚିତ ଜାଣିପାରିବେ । କିନ୍ତୁ ସେତେବେଳେ ଜାଣିଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥିବ । ଆଜିକାଲିର ସମୟରେ ସମସ୍ତେ ଜଲଦି ଜଲଦି ହୋଇ ନିଜ ସ୍ୱାସ୍ଥ୍ୟକୁ ଅବହେଳା କରୁଛନ୍ତି । ତେବେ ଆପଣଙ୍କ ଏହି ଅବହେଳା ଯେ ଶରୀରକୁ ଖରାପ କରିଦେବ ଏହା ପ୍ରତି କେହି ସଜାଗ ନାହାନ୍ତି । ଆପଣ ଯଦି ଯକୃତର ଠିକ୍ ଭାବେ ଧ୍ୟାନ ନ ରଖିବେ ତେବେ କିଡନି ସମ୍ପୂର୍ଣ୍ଣ ରୂପେ ଖରାପ ହୋଇଯିବ ।
More Stories
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga
ଏହି ଲକ୍ଷଣ ଥିଲେ, ଜାଣନ୍ତୁ ଆବଶ୍ୟକ ହେଉଛି ଫିଜିଓ ଥେରାପି