ଦିଲ୍ଲୀ ପରେ ମୁମ୍ବାଇ ଏୟାରଲିଫ୍ଟ ହୋଇଛନ୍ତି କ୍ରିକେଟର ଋଷଭ ପନ୍ତ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡାହାଣ ଆଣ୍ଠୁର ଲିଗାମେଣ୍ଟ ବି ଛିଣ୍ଡିଯାଇଛି । ଆବଶ୍ୟକସ୍ଥଳେ ପନ୍ତଙ୍କୁ ଲଣ୍ଡନ ବି ପଠାଇପାରେ ବିସିସିଆଇ । କାର ଦୁର୍ଘଟଣାରେ ଗୁରୁତର ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ସତ । କିନ୍ତୁ ଏବେବି ଶରୀରରେ ଯନ୍ତ୍ରଣା ରହିଛି । ଯେଉଁଥିପାଇଁ ସେ ପେନ୍ ମ୍ୟାନେଜମେଣ୍ଟ ଥେରାପୀ ନେଉଛନ୍ତି । ଗୁରୁତର ପନ୍ତଙ୍କୁ ପ୍ରଥମେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ ଦିଲ୍ଲୀ ସ୍ତାନାନ୍ତରଣ କରାଯାଇଥିଲା । କିନ୍ତୁ ଲିଗାମେଣ୍ଟ ଅସ୍ତ୍ରୋପଚାର ପାଇଁ ପୁଣିଥରେ ପନ୍ତଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି ।
More Stories
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..
ପୁଣି ବିଶ୍ବ ରେକର୍ଡ କଲେ ନିରଜ୍