The Topmost

“The eyes believe themselves, the ears believe other people.”

ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେଲା ‘ବିପର୍ଯ୍ୟୟ’

ଆରବ ସାଗରରେ ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେଲା ‘ବିପର୍ଯ୍ୟୟ’ । ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଆଜି ବିପର୍ଯ୍ୟୟ ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେଇଛି । ସମୁଦ୍ର ଭିତରେ ବଳଗୋଟାଇ ଏହି ସାମୁଦ୍ରିକ ଝଡ ଗତ ୬ ଘଣ୍ଟା ହେଲା ୮ କିମି ବେଗରେ ଗତି କରୁଛି । ପୂର୍ବ କେନ୍ଦ୍ରୀୟ ଆରବସାଗରରୁ ବିପର୍ଯ୍ୟୟ ଭୟଙ୍କର ରୂପ ଧାରଣ କରି ଉତର-ଉତର-ପୂବ ଦିଗରେ ଉପକୂଳ ମୁହାଁ ହେଉଛି । ଏହାର ପ୍ରଭାବରେ ଗୁଜୁରାଟର ସୌରାଷ୍ଟ୍ର ଓ କଛରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏବେ ଅତ୍ୟନ୍ତ ଭୀଷଣ ବାତ୍ୟା ବିପର୍ଯ୍ୟୟ ମୁମ୍ବାଇ ଠାରୁ ୫୬୦, ପୋରବନ୍ଦର ଠାରୁ ୪୬୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ୧୪ ତାରିଖ ସକାଳ ବେଳକୁ ଏହା ଉତର ଦିଗରେ ଗତି କରି ମୋଡ ବଦଳାଇବ । ୧୪ ତାରିଖ ସକାଳେ ଦିଗ ବଦଳାଇ ଉତର-ପୂର୍ବ ଦିଗରେ ଗତି କରି ଗୁଜରାଟ ଓ ପାକିସ୍ତାନ ଉପକୂଳ ମୁହାଁ ହେବ । ଆସନ୍ତା ୧୫ ତାରିଖରେ ଗୁଜରାଟର ମାଣ୍ଡବି ଓ ପାକିସ୍ତାନର କରାଚି ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ବିପର୍ଯ୍ୟୟ ଅତି ଭୀଷଣ ବାତ୍ୟା ଭାବରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।