ଅତ୍ୟଧିକ ଭିଡରୁ ଟି-ସେତୁରେ ଅଘଟଣ । ଅଣନିଃଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ଜଣ ଆହତ ହୋଇଛନ୍ତି । ମକର ସଂକ୍ରାନ୍ତିରେ ବାଙ୍କୀ ସିଂହନାଥ ପୀଠକୁ ଛୁଟିଆସିଥିଲେ ଲକ୍ଷଲକ୍ଷ ଲୋକ । ବ୍ରିଜ ଉପରେ ପ୍ରାୟ ଦେଢ ଲକ୍ଷ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା । ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ସୃଷ୍ଟି କରିଥିଲା ଅଣନିଶ୍ବାସୀ ସ୍ଥିତି । ଗହଳି ଭିତରେ ଅଣନିଶ୍ବାସୀ ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବାଙ୍କୀ ପାଥପୁର ଗାଁର ଅଞ୍ଜନା ସ୍ବାଇଁ । ୨୦ଜଣ ଆହତଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଆହତଙ୍କ ମଧ୍ୟରେ କେତେକ ଛୋଟ ପିଲାଥିବା ସୂଚନା ରହିଛି ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି