କଖାରୁ ଏକ ଏପରି ପରିବା ଯାହାକି ଅଧିକାଂଶ ତରକାରୀରେ ଆବଶ୍ୟକ ପଡ଼େ। ଡାଲମା, ଘାଣ୍ଟ , ସନ୍ତୁଳା, ମିକ୍ସ ଭେଜ୍, ଶାଗ ଆଦି ସବୁ କିଛି ଖାଦ୍ୟ କଖାରୁ ବିନା ଅଧୁରା। କଖାରୁ ପଡ଼ିଲେ ଖାଦ୍ୟ ସ୍ବାଦ ଦ୍ବିଗୁଣ ହୋଇଯାଏ, ଏହା ଆପଣ ଅବିଶ୍ବାସ କରିବେ ନାହିଁ। ଏହାକୁ ଆପଣ ଭଜା ଭାଜି କିମ୍ବା ପୋଡ଼ି କରି ମଧ୍ୟ ଖାଇପାରିବେ।
ଏଥିରେ ଥିବା ନ୍ୟୁଟ୍ରିଏଣ୍ଟ୍ସ ଶରୀର ପାଇଁ ଖୁବ୍ ଭଲ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଏ ରହିଛି। କଖାରୁରେ ଥିବା ଭିଟାମିନ୍ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
କଖାରୁରେ ଥିବା ପଟାସିୟମ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। ପଟାସିୟମ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଖୁବ୍ ଭଲ। କେବଳ ସେତିକି ନୁହେଁ, ଏହା ହାଡ଼କୁ ମଜବୁତ୍ କରାଇବାରେ ମଧ୍ୟ ସହାୟ ହୋଇଥାଏ। ଆପଣ ଜାଣନ୍ତି କି ଅଧା କପ୍ କଖାରୁରୁ ଆପଣଙ୍କୁ ୧୦ ପ୍ରତିଶତ ପଟାସିୟମ୍ ମିଳିଥାଏ।
ତେବେ କିଛି ଲୋକଙ୍କର କଖାରୁକୁ ନେଇ ଏଲାର୍ଜି ରହିଛି। ସେମାନଙ୍କ ପାଇଁ କଖାରୁ ସେତେଟା ସୁଫଳ ଦେଇନଥାଏ।
ତେବେ କଖାରୁରେ ଥିବା ପଟାସିୟମ, ଫାଇବର୍ ଓ ଭିଟାମିନ୍ ସି ରକ୍ତଚାପ ନିୟନ୍ତ୍ରଣରେ ରଖିବା ସହ ଆହୁରି ଅନେକ ଫାଇଦା ପ୍ରଦାନ କରିଥାଏ।
ପ୍ରତିଦିନ କଖାରୁ ଖାଇବା ହୃଦ୍ପିଣ୍ଡ୍ ପାଇଁ ମଧ୍ୟ ଖୁବ୍ ଭଲ। ଏହାକୁ ଖାଇବା ଦ୍ବାରା ହୃଦ୍ରୋଗ ନିୟନ୍ତ୍ରଣରେ ରହିଥାଏ।
ମାତ୍ର ମନେ ରଖନ୍ତୁ, ଅତ୍ୟଧିକ କଖାରୁ ଖାଇବା ଦ୍ବାରା ଡାଇରିଆ ଓ ପେଟ କାଟିବା ପରି ସମସ୍ୟା ହୋଇଥାଏ।
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍