The Topmost

“The eyes believe themselves, the ears believe other people.”

ଅତି ଖରାପ ସ୍ତରରେ ଦିଲ୍ଲୀରେ ବାୟୁ ଗୁଣବତ୍ତା

ପୁଣି ଦିଲ୍ଲୀରେ ବଢିଲା ପ୍ରଦୂଷଣର ମାତ୍ରା । ଆଗକୁ ଦୀପାବଳି ଆସୁଥିବାବେଳେ ଆଜି ରାଜଧାନୀର ଏୟାର କ୍ବାଲିଟି ଇଣ୍ଡେକ୍ସ ଖରାପ ହୋଇଛି । ଗତକାଲି ଏକ୍ୟୁଆଇ ୨୬୨ ହୋଇଥିବାବେଳେ ଆଜି ଏହି ଏକ୍ୟୁଆଇ ଇଣ୍ଡେକ୍ସ ୩୦୦ ପାର ହେବା ଆଶଙ୍କା କରାଯାଉଛି । ଏନେଇ କହିଛି କମିଶନ ଫର ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ ବା ସିଏକ୍ୟୁଏମ । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରଏ କହିଛନ୍ତି ଦିଲ୍ଲୀରେ ପ୍ରଦୂଷଣ ବଢିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ସିଏକ୍ୟୁଏମର ନିର୍ଦ୍ଦେଶ ପାଳନ ଉପରେ ଗୁରୁତ୍ବ ଦିଆଯାଉଛି । ପ୍ରଦୂଷଣ ରୋକିବା ନେଇ ଗତକାଲି ୧୫ ସୂତ୍ରୀ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।