ମାଫିଆ ଡନ୍ ଅତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡ୍ଡୁ ମୁସଲିମଙ୍କ ଓଡିଶା ଲିଙ୍କକୁ ନେଇ ପୁଣି ପ୍ରଶ୍ନ ଉଠାଇଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ କରି ଗୁଡ୍ଡୁ ମୁସଲିମର ଓଡିଶା ଲିଙ୍କ୍ ଘଟଣାର ଏନଆଇଏ ତଦନ୍ତ କରିବାକୁ ବରଗଡ ସାଂସଦ ଦାବି କରିଛନ୍ତି । ଗୁଡ୍ଡୁ ମୁସଲିମ ଓ ରାଜା ଖାନ୍ ଲିଙ୍କ ଓ ସମ୍ବଲପୁର ହିଂସାକାଣ୍ଡକୁ ନେଇ ଏନଆଇଏ ତଦନ୍ତ ଦାବି କରିଛନ୍ତି ସୁରେଶ ପୁଜାରୀ । ସମ୍ବଲପୁର ହିଂସାକାଣ୍ଡକୁ ସେ ଭର୍ସନା କରିବା ସହ ଏହା ଦେଶ ବିରୋଧୀ କାର୍ଯ୍ୟକଳାପ ବୋଲି ଅଭିଯୋଗ ଆଣିଛନ୍ତି । ଏଥିସହ ଶ୍ରୀମନ୍ଦିର ପ୍ରସଙ୍ଗ ଓ ହୀରାକୁଦ ନଦୀବନ୍ଧର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ସାଂସଦ ସୁରେଶ ପୂଜାରୀ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ