କ୍ଷମତାକୁ ଆସିଲେ ଦେଶର ପ୍ରତ୍ୟେକ ପଛୁଆ ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ମିଳିବ । ୨୦୨୪ ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ ଘୋଷଣା । ଆଗାମୀ ଲୋକସଭା ନିର୍ବାଚନରେ ଯଦି ଅଣ ବିଜେପି ଦଳ କେନ୍ଦ୍ରରେ ସରକାର ଗଠନ କରେ ତେବେ ଦେଶର ସମସ୍ତ ପଛୁଆ ରାଜ୍ୟକୁ ଏହି ସୁବିଧା ମିଳିବ । ୨୦୦୭ ରୁ ବିହାରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ପାଇଁ ନୀତିଶ ଦାବି କରି ଆସୁଛନ୍ତି । ଦେଶରେ ଏବେ ୧୧ ଟି ସ୍ୱତନ୍ତ୍ର ଶ୍ରେଣୀର ରାଜ୍ୟ ରହିଛି । ଅନ୍ୟପଟେ ନିକଟରେ ବିହାରରେ ବିଜେପି ହାତ ଛାଡି ଆରଜେଡି ହାତ ଧରି ସରକାର ଗଢିଥିଲେ ନୀତିଶ । ତେବେ ଆଗକୁ ପ୍ରଧାନମନ୍ତ୍ରୀ ହେବାକୁ ନୀତିଶ ମନ ବଳାଇଛନ୍ତି ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି