The Topmost

“The eyes believe themselves, the ears believe other people.”

ଅଡୁଆରେ ଆଜମ ଖାନଙ୍କ ପୁଅ

ସମାଜବାଦୀ ପାର୍ଟିର ନେତା ତଥା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ । ୧୫ ବର୍ଷ ତଳର ଗୋଟିଏ ଘଟଣାରେ ଅବଦୁଲ୍ଲା ଦୋଷୀ ସାବ୍ୟସ୍ତ ହେବା ସହ ଜେଲଦଣ୍ଡ ପାଇଥିଲେ । ଏହି ଦଣ୍ତାଦେଶ ପରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ସୁଆର ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଅବଦୁଲ୍ଲାଙ୍କ ସଦସ୍ୟତା ପଦ ଦ୍ୱିତୀୟ ଥର ପାଇଁ ରଦ୍ଦ କରାଯାଇଛି । ଏହା ଅଖିଲେଶ ଯାଦବଙ୍କ ପାର୍ଟି ସପା ପାଇଁ ଜୋରଦାର ଝଟକା ସଦୃଶ ହୋଇଛି।