The Topmost

“The eyes believe themselves, the ears believe other people.”

ଅଡ଼ୁଆରେ ପଡିପାରେ ବିଜେପି, ବିଜେପି ପାଇଁ ମାଡିଆସୁଛି ବିପଦ

ବିଜେପି ପାଇଁ ମାଡିଆସୁଛି ବିପଦ । ହିମାଚଳ ପ୍ରଦେଶ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେପି ପାଇଁ ବିପଦ ସେତିକି ଅଧିକ ହେଉଛି । ହିମାଚଳ ପ୍ରଦେଶ ଓ ଲଦାଖର ସୀମା ବିବାଦକୁ ନେଇ ହିମାଚଳ ପ୍ରଦେଶ ଜନସାଧାରଣ ମୁଖ୍ୟତଃ ଯୁବବର୍ଗ ବର୍ତ୍ତମାନ ବିଜେପିକୁ ଚରମ ବାଣୀ ଶୁଣାଇ ସାରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଅତୀତରେ ୨୦୧୪ରେ ହିମାଚଳ ଓ ଲଦାଖ ସୀମାରେଖା ବିବାଦରେ ବିଜେପି ଛନ୍ଦି ହୋଇଯାଇଥିଲା । ଏହି କାରଣକୁ ନେଇ ହିମାଚଳବାସୀ ଅସନ୍ତୁଷ୍ଟ ଅଛନ୍ତି । ଏଥିଲାଗି ରାଜ୍ୟବାସୀ ବିଜେପି ଉପରେ ଦୋଷାରୋପ କରିଛନ୍ତି । ବିବାଦୀୟ ହିମାଚଳ ଓ ଲଦାଖ ସୀମାରେଖାରେ ଅନୁପ୍ରବେଶର ଲାଭ ଉଠାଇ ଲଦାଖୀ ଜନସାଧାରଣ ହିମାଚଳର ସାଧାରଣ ଜନତାଙ୍କ ଜୀବନଜୀବିକାକୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏହି ବିବାଦର ସମାଧାନ ନକଲେ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ହିମାଚଳ ଜନତା ସତର୍କ କରାଇଛନ୍ତି ।