February 12, 2026

ଅଜୟ ବାଙ୍ଗାଙ୍କୁ ଗୁରୁଦାୟିତ୍ବ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମାଷ୍ଟରକାର୍ଡର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ବାଙ୍ଗାଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି । ସେ ୱାଶିଂଟନ ପକ୍ଷରୁ ବାଙ୍ଗାଙ୍କୁ ବିଶ୍ୱବ୍ୟାଙ୍କର ନେତୃତ୍ୱ ନେବାକୁ ମନୋନୀତ କରିଛନ୍ତି । ବିଶ୍ୱବ୍ୟାଙ୍କର ମୁଖ୍ୟ ଭାବେ କାମ କରୁଥିବା ଡାଡିଭ ମାଲପାସ୍‌ କାର୍ଯ୍ୟକାଳ ପୂରଣ ଆଗରୁ ପଦ ଛାଡ଼ିବାକୁ ଚାହୁଁଥିବା ମତ ରଖିଥିଲେ। ସେ ପଦ ଛାଡ଼ିବାକୁ ଯାଉଥିବାରୁ ଶ୍ରୀ ବାଙ୍ଗା ଏବେ ବିଶ୍ୱବ୍ୟାଙ୍କ ମୁଖ୍ୟ ଭାବେ କାମ କରିବେ। ସାଧାରଣତଃ ବିଶ୍ୱବ୍ୟାଙ୍କର ମୁଖ୍ୟ ଆମେରିକାନ ହୋଇଥାଆନ୍ତି । ସେହିପରି ଆଇଏମଏଫ ମୁଖ୍ୟ ପଦ ୟୁରୋପୀୟଙ୍କ ପାଖରେ ରହେ । ହେଲେ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ବାଙ୍ଗା ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ୬୩ ବର୍ଷୀୟ ବାଙ୍ଗା ବର୍ତ୍ତମାନ ଇକ୍ୟୁଟି ଫାର୍ମ ଜେନେରାଲ ଆଟଲାନଟିକର ଉପ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।

SHARE BY