ଆଜିକାଲି ସୋସିଆଲ ମିଡିଆର କ୍ରେଜ ସମସ୍ତଙ୍କ ନିକଟରେ ଦେଖାଦଉଛି । ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଏହାର ପ୍ରଭାବ ଅଧିକା ରହିଛି । ତେବେ ପ୍ରଭାବ ଅଧିକା ହେବା ଫଳରେ ଏହା ଅନେକ ସମୟରେ ସମସ୍ୟା ପାଲଟୁଛି । ସୋସିଆଲ ମିଡିଆର ନିଶା ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟାଉଛି । ତେବେ ଏ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ଜଣେ ୧୮ ବର୍ଷୀୟ ବାଳକ । @the topmost
୬ବର୍ଷ ତଳେ ତାଙ୍କ ମା’ ତାଙ୍କୁ ଏକ ଅଫର ଦେଇଥିଲେ, ଯାହାକୁ ସେ ପୂରଣ କରିଛନ୍ତି । ତାଙ୍କୁ ଯେତେବେଳେ ୧୨ ବର୍ଷ ବୟସ ସେତେବେଳେ ତାଙ୍କ ମା ତାଙ୍କୁ ସୋସିଆଲ ମିଡିଆ ଛାଡିବାକୁ କହିଥିଲେ । ବାଳକ ଜଣଙ୍କ ଯଦି ତାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ସୋସିଆଲ ମିଡିଆଠୁ ଦୂରରେ ରହିବେ ତେବେ ସେ ତାଙ୍କୁ ୧୮ଶହ ଡଲାର ପ୍ରଦାନ କରିବେ । ନିଜ କଥା ଅନୁଯାୟୀ ବାଳକଙ୍କୁ ତାଙ୍କ ମା’ ୧୮୦୦ ଡଲାର ପ୍ରଦାନ କରିଛନ୍ତି । ସୋସିଆଲ ମିଡିଆରେ ଘଟଣାଟି ଭାଇରାଲ ହେବାରେ ଲାଗିଛି । ଉଭୟ ମା’ ଓ ବାଳକଙ୍କୁ ସମସ୍ତେ ପ୍ରଂଶସା କରିଛନ୍ତି ।
More Stories
କିପରି ନେବେ ନିଜ ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟର ଯତ୍ନ
ଥାଇରଏଡ୍ କୁ ଚୁଟକିରେ ଦୂରେଇ ଥାଏ ଏହି ଖାଦ୍ୟ
ପାଟିରେ ପୋଡାଜଳା ହେଉଛି କି