The Topmost

“The eyes believe themselves, the ears believe other people.”

ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ

ଓଡ଼ିଶା ଉପକୂଳରେ ଥିବା ହ୍ବିଲର ଦ୍ୱୀପରୁ ନୂଆ ପିଢ଼ିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମର ସଫଳ ରାତ୍ରକାଳୀନ ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ର ସମସ୍ତ ମାନଦଣ୍ଡ ପୂରଣ କରିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । “ବିକାଶ ପର୍ଯ୍ୟାୟରେ ଅଗ୍ନି ପ୍ରାଇମର ତିନୋଟି ସଫଳ ପରୀକ୍ଷଣ ପରେ ଏହା ଏହି କ୍ଷେପଣାସ୍ତ୍ରର ଏହା ପ୍ରଥମ ରାତ୍ରି ପରୀକ୍ଷଣ ଥିଲା, ଯାହାକି ଏହାର ସଠିକତା ଏବଂ ବିଶ୍ୱସନୀୟତା ଉପରେ ମୋହର ଲଗାଇଥିଲା । ଏହି କ୍ଷେପଣାସ୍ତ୍ରର ସମଗ୍ର ଯାତ୍ରାର ତଥ୍ୟ ସଂଗ୍ରହ କରିବା ପାଇଁ ରାଡାର, ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଭଳି  ଉପକରଣ ସମେତ ଦୁଇଟି ଜାହାଜକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା । ଡିଆରଡିଓର ବୈଜ୍ଞାନିକ ଏବଂ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ଶୀର୍ଷ ଅଧିକାରୀମାନେ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ ଦେଖିଥିଲେ, ଯାହା ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ସଶସ୍ତ୍ର ବାହିନୀରେ ସାମିଲ କରିବାପାଇଁ ବାଟ ଖୋଲିଛି । ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି । ଅଗ୍ନି ପ୍ରାଇମ ଏକ ଅନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର । ଏହାର ରେଞ୍ଜରେ ଚୀନ ସମେତ ୟୁରୋପର କିଛି ଦେଶ ଆସୁଛନ୍ତି ।