The Topmost

“The eyes believe themselves, the ears believe other people.”

ଅଗ୍ନିପଥ ଯୋଜନା ପାଇଁ ଦେଶରେ ଆର୍ଥିକ କ୍ଷୟକ୍ଷତି

() ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ହୋଇଥିବା ହିଂସାକାଣ୍ଡରେ ଅନେକ ଆର୍ଥିକ କ୍ଷତି ହୋଇଛି । ବିଶେଷକରି ବିହାରରେ ଅଧିକ କ୍ଷତି ହୋଇଛି । ଗତ ୪ ଦିନ ହେଲା ହୋଇଥିବା ଏହି ହିଂସାକାଣ୍ଡରେ ବିହାରରେ ୧୧ ଇଞ୍ଜିନ ସହ ୬୦ କୋଚ୍ ବିକ୍ଷୋଭକାରୀମାନେ ପୋଡ଼ି ଦେଇଛନ୍ତି । ପାଖାପାଖି ୭୦୦ କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ କରି ଦେଇଛନ୍ତି ବିକ୍ଷୋଭକାରୀମାନେ । ଯାହାକୁ ନେଇ ଇଷ୍ଟ-ସେଣ୍ଟ୍ରାଲ ରେଳବାଇର ମୁଖ୍ୟ ପବ୍ଲିକ ରିଲେସନ୍ ଅଫିସର ବିରେନ୍ଦ୍ର କୁମାର କହିଛନ୍ତି । ତେବେ ସମ୍ପୂର୍ଣ୍ଣ କ୍ଷତିର ଆକଳନ କରାଯାଇ ନଥିବାବେଳେ ଏବେ ଏହାର ହିସାବ ଚାଲିଛି।