ଇରାକର ଉତ୍ତରାଞ୍ଚଳ ଏରବିଲରେ ଭୟାବହ ଅଗ୍ନିକାଣ୍ଡ । ଏକ ବିଶ୍ବବିଦ୍ୟାଳୟର ଡର୍ମିଟୋରୀରେ ବଡ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । ଡର୍ମିଟୋରୀରେ ଅଧ୍ୟାପକ ଓ ଛାତ୍ରଛାତ୍ରୀ ରହୁଥିବା ସୂଚନା ମିଳିଛି । ସୋରାନ ସହରସ୍ଥିତ ଏହି ବିଶ୍ବବିଦ୍ୟାଳୟରେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଥିବା ଜଣାଯାଇଛି । ଇରାକର ଏକ ନ୍ୟୁଜ ଏଜେନ୍ସି ଅନୁସାରେ ଶୁକ୍ରବାର ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିଥିବା ବିଶ୍ବବିଦ୍ୟାଳୟଟି ତୁର୍କିସ୍ତାନ ଅଞ୍ଚଳରେ ରହିଛି ।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ