ରାୟଗଡ଼ା ସହର କପିଳାସ ଛକ ନିକଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ନଟରାଜ ହାର୍ଡୱେର ଷ୍ଟୋରରେ ନିଆଁ ଲାଗି କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି । ରାୟଗଡ଼ା ଓ କୋଲନରା ଅଗ୍ନିଶମ ବାହିନୀର ୩ଟି ଟିମ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ୩ ଘଣ୍ଟାର ଉଦ୍ୟମ ପରେ ନିଆଁ ଆୟତ୍ତ ହୋଇଛି । ସୂଚନା ଅନୁସାରେ ଗତକାଲି ରାତିରେ ଦୋକାନ ମାଲିକ ବ୍ୟବସାୟ ସାରି ଷ୍ଟୋର ବନ୍ଦ କରି ଘରକୁ ଯାଇଥିଲେ । ଭୋର ୪ ଟାରେ ଦୋକାନରୁ ଧୂଆଁ ବାହାରୁ ଥିବା କିଛି ଲୋକ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର ଗୋଟିଏ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଅନ୍ୟ ଦୁଇଟି ଟିମ ପହଞ୍ଚିଥିଲେ । ତେବେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ ଷ୍ଟୋର ଭିତରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଯାହାର ମୂଲ୍ୟ କୋଟିଏରୁ ଉର୍ଦ୍ଧ୍ବ ହେବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା