The Topmost

“The eyes believe themselves, the ears believe other people.”

ଅଗଷ୍ଟ ୩ ଯାଏଁ ଜ୍ଞାନବ୍ୟାପୀ ମସଜିଦରେ ହେବନି ସର୍ଭେ

ଅଗଷ୍ଟ ୩ ଯାଏଁ ଜ୍ଞାନବ୍ୟାପୀ ସର୍ଭେ ଉପରେ ଲାଗିଲା ରୋକ । ଅଗଷ୍ଟ ୩ ତାରିଖ ଯାଏଁ ଜ୍ଞାନବ୍ୟାପୀ ମସଜିଦରେ କୌଣସି ପ୍ରକାରର ସର୍ଭେ ହୋଇ ପାରିବ ନାହିଁ । ଏଏସ୍‌ଆଇର ସର୍ଭେ ଉପରେ ସଂପୂର୍ଣ୍ଣ ତଥା ସ୍ଥାୟୀ ରୋକ ଲଗାଇବା ପାଇଁ ମସଜିଦ କମିଟି କରିଥିବା ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏହି ଆବେଦନ ଉପରେ ଚୂଡ଼ାନ୍ତ ରାୟ କୋର୍ଟ ଅଗଷ୍ଟ ୩ ତାରିଖରେ ପ୍ରକାଶ କରିବେ । ସେତେଦିନ ଯାଏ ଜ୍ଞାନବ୍ୟାପୀରେ କୌଣସି ପ୍ରକାରର ସର୍ଭେ ହୋଇପାରିବ ନାହିଁ । ମନ୍ଦିରର ଭଗ୍ନସ୍ତୁପ ଉପରେ ମସଜିଦ ନିର୍ମାଣ କରାଯାଇଥିବା ହିନ୍ଦୁ ପକ୍ଷ ଦାବି କରୁଥିବା ବେଳେ ଏଏସ୍‌ଆଇ ସର୍ଭେର ଆବଶ୍ୟକ ଥିବା କହିଛନ୍ତି । ତଳ କୋର୍ଟ ଏହି ଆବେଦନକୁ ଗ୍ରହଣ କରି ସର୍ଭେ ପାଇଁ ଅନୁମତି ଦେଇଥିଲେ । ହେଲେ ପ୍ରଥମେ ଜୁଲାଇ ୨୪ରେ ସୁପ୍ରିମକୋର୍ଟ ଓ ଆଜି ଆହ୍ଲାବାଦ ହାଇକୋର୍ଟ ସର୍ଭେ ଉପରେ ରୋକ ଲଗାଇଛନ୍ତି ।