ଅଗଷ୍ଟ ୩୦ରୁ ଭାରତ ଗସ୍ତରେ ଆସିବେ ଆମେରିକା ପ୍ରତିନିଧି ଦଳ । ଆମେରିକା ସିନେଟର ଜନ ଓସୋଫ୍ଙ୍କ ନେତୃତ୍ବରେ ପ୍ରତିନିଧି ଦଳ ଆସନ୍ତା ଅଗଷ୍ଟ ୩୦ ତାରିଖରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆର୍ଥିକ, ବୈଜ୍ଞାନିକ ଏବଂ ସୁରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆମେରିକାର ପ୍ରତିନିଧି ଦଳ ଭାରତ ଗସ୍ତରେ ଆସୁଛନ୍ତି । ସିନେଟର ଓସୋଫ୍ କହିଛନ୍ତି, ମୁଁ ଏହି ଆମେରିକା ପ୍ରତିନିଧି ଦଳର ନେତୃତ୍ବ ନେଉଛି । ଦୁଇ ରାଷ୍ଟ୍ର ମଧ୍ୟରେ ବନ୍ଧୁତା ସୁଦୃଢ଼ କରିବା ଏବଂ ଭାରତର ପରବର୍ତ୍ତୀ ପିଢ଼ିର ନେତାଙ୍କୁ ଭେଟିବାପାଇଁ ମୁଁ ଏହି ପ୍ରତିନିଧି ଦଳର ନେତୃତ୍ବ ନେଉଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ