The Topmost

“The eyes believe themselves, the ears believe other people.”

ଅଗଷ୍ଟ ୧୪ ବିଭାଜନ-ବିଭୀଷିକାର ସ୍ମୃତି ଦିବସ: ରାଷ୍ଟ୍ରପତି

ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ରାଷ୍ଟ୍ରପତି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ନିଜ ସମ୍ବୋଧନରେ ରାଷ୍ଟ୍ରପତି କହିଛନ୍ତି ଯେ, ଅଗଷ୍ଟ ୧୪ କୁ ବିଭାଜନ-ବିଭୀଷିକାର ସ୍ମୃତି ଦିବସ ଭାବେ ପାଳନ କରାଯାଏ । ଏହି ସ୍ମୃତି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସାମାଜିକ ସଦଭାବ, ମାନବ ସଶକ୍ତିକରଣ ଏବଂ ଏକତାକୁ ଅଧିକ ପ୍ରଶୟ ଦେବା । ତେବେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମେ ଔପନିବେଶିକ ଶାସନର ବେଡିକୁ କାଟି ଦେଇଥିଲେ । ଏହି ଶୁଭ ଦିବସର ପାଳନ ଅବସରରେ ଆମେ ସମସ୍ତେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସାଦର ପ୍ରଣାମ କରୁଛେ ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି । ସେମାନେ ତାଙ୍କର ସର୍ବସ୍ୱ ବଳିଦାନ ଦେଇଛନ୍ତି, ଯାହାଦ୍ୱାର ଆମେ ସମସ୍ତେ ସ୍ୱାଧୀନ ଭାରତରେ ନିଶ୍ୱାସ ନେଇପାରୁଛେ ବୋଲି ରାଷ୍ଟ୍ରପତି କହିଛନ୍ତି ।