ଚନ୍ଦ୍ରମା ପରେ ସୂର୍ଯ୍ୟଙ୍କ ଉପରେ ଇସ୍ରୋର ଲକ୍ଷ୍ୟ । ଆସନ୍ତା ମାସରେ ସୌର ଅଭିଯାନରେ ‘ଇସ୍ରୋ’ ‘ଆଦିତ୍ୟ ଏଲ୍-୧’ର ଉତକ୍ଷେପଣ କରିବ । ଏହି ଯାନ ମାଧ୍ୟମରେ ସୂର୍ୟ୍ୟଙ୍କର ଗତିବିଧି ରେକର୍ଡ କରାଯିବ । ସୂର୍ଯ୍ୟର ଗତିବିଧି ମହାକାଶର ପାଣିପାଗ ଉପରେ କିପରି ପ୍ରଭାବ ପକାଇଥାଏ ତାହା ଏଥିରୁ ଜଣାପଡିବ । ଅଗଷ୍ଟ ୨୬ରେ ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ ଏଲ-୧’ ଲଞ୍ଚ ହେବ ବୋଲି ସୂଚନା ରହିଛି । ସୂଚନା ମୁତାବକ, ଇସ୍ରୋ ମୁଖ୍ୟ ସୋମନାଥ ଏସ୍ କହିଛନ୍ତି ଯେ, ଆଦିତ୍ୟ-ଏଲ୍-୧ ଅଭିଯାନ ସୂର୍ଯ୍ୟର ଅଧ୍ୟୟନ କରିବା ସହ ସୌର ଗ୍ରହ ଅଧ୍ୟୟନ ପାଇଁ ଏକ ସାଟେଲାଇଟ୍ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି । ପୃଥିବୀଠାରୁ ଏହାର ଦୂରତା ୧୫ ଲକ୍ଷ କିଲୋମିଟର । ଏହି ଦୂରତାରୁ ଏହି ସାଟେଲାଇଟ୍ ସୂର୍ଯ୍ୟଙ୍କୁ ଭଲ ଭାବରେ ଅନୁଧ୍ୟାନ କରିପାରିବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍