ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାହୁଲ । ପ୍ରିୟଙ୍କା ଗାନ୍ଧୀ ବି ଅକ୍ଟୋବରରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ତାରିଖ ପ୍ରସ୍ତୁତ ହେବ । ନିକଟରେ ଦିଲ୍ଲୀରେ ୫ ଜଣ ବିଧାୟକ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଥିବା ବେଳେ ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଆସିବାକୁ ସେ ସହମତି ପ୍ରକାଶ କରିଥିଲେ । ରାହୁଲଙ୍କ ଗସ୍ତବେଳେ ୪ଟି ଜୋନରେ ବୈଠକ କରିବାକୁ ପ୍ରସ୍ତାବ ଦେଇଛି ରାଜ୍ୟ କଂଗ୍ରେସ । ଦିଲ୍ଲୀରେ ରାହୁଲଙ୍କ ସହ ଆଲୋଚନା କାଳରେ ରାଜ୍ୟ କଂଗ୍ରେସ ସଙ୍ଗଠନ ନେଇ ବିସ୍ତୃତ ଆଲୋଚନା ହୋଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ