ଚିଟ୍ଫଣ୍ଡ ମାମଲାରେ ସିବିଆଇର ମନ୍ଥର ଗତି । ଏନେଇ ସୂଚନାଧିକାର କର୍ମୀ ଅଖଣ୍ଡ ଆଜି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ତାଙ୍କ କହିବା ମୁତାବକ ୮ବର୍ଷରେ ମାତ୍ର ଗୋଟିଏର ବିଚାର ସରିଛି । ୨୦୧୪ ମସିହାରୁ ସିବିଆଇ ରାଜ୍ୟରେ ମୋଟ ୨୯ଟି ଚିଟ୍ଫଣ୍ଡ୍ ମାମଲାର ତଦନ୍ତ କରୁଥିଲେ ହେଁ ମାତ୍ର ଗୋଟିଏ ମାମଲାର ବିଚାର ଶେଷ ହୋଇଛି । ୧୬ଟି ମାମଲାର ତଦନ୍ତ ଶେଷ ହୋଇ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ବିଚାର ଚାଲିଛି । କିନ୍ତୁ ଏବେ ବି ୧୨ଟି ସଂସ୍ଥା ବିରୋଧରେ ସିବିଆଇର ଖୋଳତାଡ଼ ସରିନି । କୋର୍ଟରେ ଏହି ମାମଲାଗୁଡ଼ିକର ଚାର୍ଜସିଟ୍ ଦାଖଲ କରାଯାଇଥିଲେ ହେଁ ଅଧିକ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ଆଶଙ୍କାରେ ସିବିଆଇ ଶେଷ ଚାର୍ଜସିଟ୍ ଦାଖଲ କରିନାହିଁ । ତେବେ ସୂଚନା ଅଧିକାର ଆଇନ ବଳରେ ଏସବୁ ତଥ୍ୟ ମିଳିଛି । ତେବେ ତଦନ୍ତ ପ୍ରକ୍ରିୟା ବିଳମ୍ବ ଦ୍ୱାରା ଅନେକ ସାକ୍ଷ୍ୟ, ପ୍ରମାଣ ନଷ୍ଟ ହେବାର ଆଶଙ୍କା ରହିଛି । ଫଳରେ ବିଚାର ବେଳେ ଦୋଷୀମାନଙ୍କୁ ଖସିବା ସହଜ ହେବ । ଖାଲି ସେତିକି ନୁହେଁ ସୂଚନାଧିକାର କର୍ମୀ ଭୁବନେଶ୍ବର ସିବିଆଇର ତଦନ୍ତ ପ୍ରକ୍ରିୟା ଏତେ ଶିଥିଳ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଏହାଛଡ଼ା ସିବିଆଇ ଏ ପର୍ଯ୍ୟନ୍ତ ଚିଟ୍ଫଣ୍ଡ ମାମଲାରେ ଓଡ଼ିଶାରେ କେତେ ଅଭିଯୁକ୍ତଙ୍କୁ ଗିରଫ କରିଛି, ଆଉ କେତେ ଅଭିଯୁକ୍ତ ଅଛନ୍ତି; ସେ ସମ୍ପର୍କରେ ମଧ୍ୟ ସିବିଆଇ କୌଣସି ତଥ୍ୟ ପ୍ରଦାନ କରୁନାହିଁ । ଏହି ସ୍ପର୍ଶକାତର ଘଟଣାର ତଦନ୍ତ ଓ ବିଚାର ପ୍ରକ୍ରିୟା ଏତେ ମନ୍ଥର ଚାଲିଲେ, ସର୍ବସ୍ବାନ୍ତ ହୋଇଥିବା ଓଡ଼ିଶାର ଲକ୍ଷଲକ୍ଷ ଗରିବ ଜନସାଧାରଣ କେମିତି ନ୍ୟାୟ ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ