ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତା ତେଜସ ର ମୃତ୍ୟୁ । ଏହାକୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ଗତ ୫ ମାସରେ ୭ଟି ଚିତାର ମୃତ୍ୟୁ ଘଟିଛି । ତେଜସ ପୂର୍ବରୁ ୩ଟି ଚିତା ବାଘ ଓ ୩ଟି ଚିତା ଶାବକଙ୍କର ମୃତ୍ୟୁ ଘଟିଥିଲା । ସୂଚନା ଅନୁସାରେ, ମନିଟରିଂ ଟିମ୍ ତେଜସର ବେକର ଉପର ପାର୍ଶ୍ୱରେ କ୍ଷତ ଚିହ୍ନ ଦେଖିଥିଲେ । ସେମାନେ ତୁରନ୍ତ ଏ ସଂପର୍କରେ ପ୍ରାଣୀଧନ ଚିକିତ୍ସକଙ୍କୁ ସୂଚନା ଦେଇଥିଲେ । ସେମାନେ ପହଞ୍ଚି ତେଜସକୁ ଯାଞ୍ଚ କରିଥିଲେ । ବେକରେ ଲାଗିଥିବା କ୍ଷତ ବେଶ୍ ଗଭୀର ଥିବାବେଳେ ସେମାନେ ବାଘଟିର ଚିକିତ୍ସା କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ବେଳେ ଚିତା ବାଘଟିର ମୃତ୍ୟୁ ହୋଇଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ତେଜସର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପ୍ରାଣୀଧନ ଚିକିତ୍ସକମାନେ କହିଛନ୍ତି । ତେବେ ତା’ ଦେହରେ କ୍ଷତ କେମିତି ହେଲା, ସେ ନେଇ ତଦନ୍ତ ଜାରି ରହିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍