ଆଜିଠୁ ରାଜ୍ୟରେ ବଦଳିବ ପାଗ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାକୁ ମିଳିବ ଆଶ୍ବସ୍ତି । ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ପୂର୍ବ ଝାଡଖଣ୍ଡରୁ ବାହାରି ଓଡ଼ିଶା ମଧ୍ୟଦେଇ ସୃଷ୍ଟି ହୋଇଥିବା ନିମ୍ନ ଚାପରେଖା ଏବଂ ଗୁରୁଚାପବଳୟ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ । ଆଜି ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ସେହିପରି ଆସନ୍ତାକାଲି ୨୦ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୨୦ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ହେବ । ଏଥିପାଇଁ ୯ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଆଲର୍ଟ ଜାରି କରାଯାଇଛି ।
“The eyes believe themselves, the ears believe other people.”
More Stories
ମାଛଧରା ବୋଟରେ ହେଉଥିଲା କୋଟିଏ ଟଙ୍କାର ଗୁଆ ଚୋରା ଚାଲାଣ
ଶିଶୁଭବନର ନୂଆ କୋଠା ଲୋକାର୍ପିତ, ବେଡ୍ ସଂଖ୍ୟା 846କୁ ବୃଦ୍ଧି
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ