ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଆସିଆନାର ଏକ ପ୍ରତିନିଧି ଦଳ । ମିଆଁମାର, ଇଣ୍ଡୋନୋସିଆ, ଫିଲିପାଇନ୍ସ, ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଭିଏତନାମ ଆଦି ୧୦ଟି ଦେଶର ଆମ୍ବାସଡର ଏହି ଦଳରେ ସାମିଲ ଅଛନ୍ତି । ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିବେ । ଆଜିଠୁ ୨୮ ତାରିଖ ଯାଏଁ ଓଡିଶାରେ ହେବାକୁ ଥିବା ରୋଡ ଶୋରେ ସେମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ବେଳେ ଓଡିଶା ଆସି ଭିତ୍ତିଭୂମି ବୁଲି ଦେଖିବା ପାଇଁ ରାଜ୍ୟ ସରକାର ଏହି ଦେଶ ଗୁଡିକୁ ନିମନ୍ତ୍ରଣ କରିଥିଲେ । ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଦିଲ୍ଲୀରେ ଆଲୋଚନା କରିଥିଲେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା