ଜମ୍ମୁକଶ୍ମୀର ବୁଡଗାମରେ ଏନକାଉଣ୍ଟର୍ । ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ତେବେ ଘଟଣାରେ ଯବାନମାନେ ୩ ଆତଙ୍କବାଦୀଙ୍କୁ କାବୁ କରିଛନ୍ତି । ସମସ୍ତେ ଲସ୍କର-ଇ-ତୋଇବାର ବୋଲି କଶ୍ମୀର ଏଡିଜିପି ବିଜୟ କୁମାର କହିଛନ୍ତି । ଏହି ଆତଙ୍କବାଦୀଙ୍କ ମଧ୍ୟରେ ଥିବା ଲତିଫ ରାଦେର ବହୁ ସାଧାରଣ ଲୋକଙ୍କ ଜୀବନ ନେଇଛି । ମେ ମାସରେ କଶ୍ମୀର ପଣ୍ଡିତ ରାହୁଲ ଭଟ ଓ କଶ୍ମୀର ଟିଭି ଅଭିନେତା ଅମ୍ରିନ ଭଟଙ୍କୁ ସେ ହିଁ ଗୁଳି କରି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗତ ରବିବାର ମଧ୍ୟ ଉକ୍ତ ଅଞ୍ଚଳରୁ ଜଣେ ଲସ୍କର ଇ ତୋଇବାର ଆତଙ୍କବାଦୀଙ୍କୁ ଯବାନମାନେ ଗିରଫ କରିଥିଲେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ