The Topmost

“The eyes believe themselves, the ears believe other people.”

୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ

AI, ମାନବ ଲଢେଇ ଭିତରେ ସାମ୍ନାକୁ ଆସିଛି ବଡ଼ ଖବର । ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ । ଆର୍ଟିଫିସିଆଲ ଇଂଟିଲିଜେନ୍ସ ତଥା ଏଆଇର ବିନିଯୋଗ କରି କର୍ମଚାରୀ ସଂଖ୍ୟା କମାଇବାକୁ ଯୋଜନା କରିଛି ଏହି ଆମେରୀକିୟ କମ୍ପାନୀ । ଏଆଇରର ବିନିଯୋଗ କରି ଗୁଗୁଲ ‘ଜେମିନି’, ‘ଗୁଗୁଲ ବାର୍ଡ’ ଭଳି ବିଶକିତ ପ୍ଲାଟଫର୍ମ ତିଆରି କରିବାକୁ ଘୋଷଣା କରିଛି । ଏପରି ସ୍ଥିତିରେ ଗୁଗୁଲ ତାର ସେଲ୍ସ ବିଭାଗରେ ପୁନଃସଙ୍ଗଠିତ କରୁଛି । ଏଆଇ ଟକ୍ନୋଲୋଜିର ବିନିଯୋଗ କରି ସେଲ୍ସ ବିଭାଗରେ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଗୁଗୁଲ ନିଷ୍ପତି ନେଇଛି । ବିଶେଷକରି କଷ୍ଟମର କେୟାର ସର୍ଭିସ କ୍ଷେତ୍ରରେ ଏଆଇର ବିନିଯୋଗ କରାଯିବ । ଫଳରେ ସେହି ବିଭାଗରେ ଥିବା କର୍ମଚାରୀମାନେ ଛଟେଇର ଶିକାର ହେଉଛନ୍ତି ।