The Topmost

“The eyes believe themselves, the ears believe other people.”

୨୮ ସୁଦ୍ଧା ବିମାନ ତ୍ରୁଟିର ସମାଧାନ କରିବାକୁ ଡିଜିସିଏର ନିର୍ଦ୍ଦେଶ

୨୮ ସୁଦ୍ଧା ସମସ୍ତ ବିମାନ ତ୍ରୁଟିର ସମାଧାନ କରିବାକୁ ନିର୍ଦ୍ଦେଶ । ଗତ କିଛି ଦିନ ଭିତରେ ଭାରତୀୟ କମ୍ପାନିଗୁଡ଼ିକର ବିମାନରେ ବିଭିନ୍ନ ପ୍ରକାର ତ୍ରୁଟି ସାମ୍ନାକୁ ଆସିଛି । ମଝି ଆକାଶରେ ଉଡ଼ୁଥିବା ବେଳେ ସେହି ତ୍ରୁଟିଗୁଡ଼ିକ ଜଣାପଡ଼ିବା ପରେ ବିମାନର ଦିଗ ବଦଳାଇବାକୁ ପଡ଼ିଥିଲା ଓ କିଛି ବିମାନର ଜରୁରୀ ଅବତରଣ ମଧ୍ୟ ହୋଇଥିଲା । ଏଭଳି ମାମଲା ସଂଖ୍ୟାରେ ହେଉଥିବା ବୃଦ୍ଧିକୁ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ଗମ୍ଭୀରତାର ସହ ନେଇଛି । ବିମାନରେ ଦେଖାଦେଉଥିବା ତ୍ରୁଟି ସମସ୍ୟାକୁ ଚଳିତ ମାସ ୨୮ ସୁଦ୍ଧା ସମାଧାନ କରିବାକୁ ଏହି କମ୍ପାନିଗୁଡ଼ିକୁ ନିର୍ଦେଶ ଦିଆଯାଇଛି । ଏହା ପରେ ଯେଉଁ ସଂସ୍ଥାର ବିମାନରେ ତ୍ରୁଟି ଦେଖାଦେବ ଡିଜିସିଏ ତାହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛି । ବିଭିନ୍ନ କଂପାନିର ବିମାନରେ ବାରମ୍ବାର ତ୍ରୁଟି ଦେଖାଦେବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ମନ୍ତ୍ରାଳୟ ଓ ଡିଜିସିଏର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ସୋମବାର ମନ୍ତ୍ରୀ କମ୍ପାନିଗୁଡ଼ିକର ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ ଓ ଯାତ୍ରୀ ସୁରକ୍ଷା ସହ କୌଣସି ସାଲିସକୁ ସହ୍ୟ କରାଯିବ ନାହିଁ ବୋଲି ଜଣାଇଥିଲେ ।