ଦିଲ୍ଲୀ ଦରବାର ଦୋହଲାଇବାକୁ ଅଙ୍ଗନବାଡି କର୍ମୀ ଓ ସହାୟିକା କରୁଛନ୍ତି ପ୍ରସ୍ତୁତି । ଆଗାମୀ ୨୮ ତାରିଖରେ ବିଭିନ୍ନ ଦାବି ନେଇ ଦିଲ୍ଲୀରେ ସାରା ଦେଶରୁ ଅଙ୍ଗନବାଡି କର୍ମୀ ଏକ ହୋଇ ଧର୍ମଘଟକୁ ଓହ୍ଲାଇବେ । ସାରା ଦେଶରୁ ୧୫ ହଜାରରୁ ଅଧିକ ଅଙ୍ଗନବାଡିକର୍ମୀ ଓ ସହାୟିକାମାନେ ପାର୍ଲାମେଣ୍ଟ ସାମ୍ନାରେ ବିକ୍ଷୋଭ କରିବେ । ଓଡ଼ିଶାରୁ ୫ଶହରୁ ଅଧିକ ଅଙ୍ଗନବାଡି କର୍ମୀ ଓ ସାହାୟିକା ଦିଲ୍ଲୀ ଯାଇ ଏହି ଧର୍ମଘାଟରେ ସାମିଲ ହେବେ । ଏନେଇ ଆଜି ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ସଙ୍ଘ ପକ୍ଷରୁ ଭୁବନେଶ୍ୱରରେ ଘୋଷଣା କରାଯାଇଛି । ଏହି ଅବସରରେ କେନ୍ଦ୍ର ମହିଳା ଶିଶୁଵିକାଶ ମନ୍ତ୍ରୀଙ୍କୁ ସଂଘ ଭେଟିବ । ବିଶେଷ କରି ସ୍କିମ ୱାର୍କରଙ୍କୁ ୱାର୍କର ମାନ୍ୟତା , ସର୍ବନିମ୍ନ ମାସିକ ୨୬ ହଜାର ଦରମା, ମାସିକ ୧୦ ହଜାର ପେନସନ, ଅଙ୍ଗନବାଡିରେ ପିଲାମାନେ ଖାଦ୍ୟ ଖାଉଥିବା SNF ଅର୍ଥ ବୃଦ୍ଧି କରିବା ସହ ସହ ୫ ଦଫା ଦାବି ନେଇ ସଂସଦ ଆଗରେ ଧାରଣା ଦିଆଯିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା