heart attack dittector in 20 sec

୨୦ ସେକେଣ୍ଡରେ ଜଣାପଡ଼ିବ ହୃଦରୋଗ

ଆମେରିକାରେ ପ୍ରତିବର୍ଷ ୧୨ ଲକ୍ଷରୁ ଅଧିକ ଲୋକ ହୃଦରୋଗ କାରଣରୁ ମ୍ୟାଗ୍ନେଟିକ୍‌ ରେଜୋନେଂସ ଇମେଜିଙ୍ଗ ତଥା ଏମ୍‌ଆର୍‌ଆଇ ସ୍କାନ୍‌ କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ଏମ୍‌ଆର୍‌ଆଇ କରିବା ପାଇଁ ୪୫ରୁ ୯୦ ମିନିଟ ପର୍ଯ୍ୟନ୍ତ ସମୟ ଲାଗିଥାଏ, ହେଲେ ବ୍ରିଟିଶ ବୈଜ୍ଞାନିକମାନେ ଏହି ସମୟକୁ ବହୁ ଗୁଣ କମ୍‌ କରିବାରେ ସଫଳ ହୋଇଛନ୍ତି । ବ୍ରିଟେନ ହାର୍ଟ ଫାଉଣ୍ଡେସନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ଉପଯୋଗ କରି ଏମ୍‌ଆର୍‌ଆଇ ମେଶିନ ଡିଜାଇନ କରିଛନ୍ତି । ଏହାର ସହଯୋଗରେ ମାତ୍ର ୨୦ ସେକେଣ୍ଡରେ ଯେକୌଣସି ହୃଦରୋଗ କିମ୍ବା ବ୍ଲକେଜ୍‌ର ସନ୍ଧାନ କରାଯାଇପାରିବ । ଏହାର ବିଶେଷତ୍ୱ ହେଉଛି, ଏହି ଟେକ୍ନୋଲୋଜି ଜରିଆରେ ସାଧାରଣ ଚେକଅପ୍‌ ତୁଳନାରେ ୧୩ ମିନିଟ ପର୍ଯ୍ୟନ୍ତ ସମୟ ସଞ୍ଚୟ ହେବ, ଅର୍ଥାତ୍‌ ୪୦ ଗୁଣ ତୀବ୍ର ହାର୍ଟର ପୁରା ସ୍କାନ କରାଯାଇପାରିବ । ଏହି ଟେକ୍ନୋଲୋଜି ବର୍ତ୍ତମାନ ଲଣ୍ଡନ ବିଶ୍ୱବିଦ୍ୟାଳୟର ହସ୍ପିଟାଲରେ ବ୍ୟବହୃତ ହେଉଛି । ସେଠାରେ ପ୍ରତି ସପ୍ତାହରେ ପ୍ରାୟ ୧୪୦ ହୃଦରୋଗୀଙ୍କୁ ପରୀକ୍ଷା କରାଯାଉଛି । ତେବେ ଏହି କୌଶଳ ମାଧ୍ୟମରେ ଡାକ୍ତରଙ୍କ ରୋଗୀ ଚେକଅପ୍‌ର ସମୟ ମଧ୍ୟ ହ୍ରାସ ପାଇବ ।

SHARE BY