ପ୍ରବଳ ବେଗରେ ମାଡିଆସୁଛି ‘ସୁପର ଟାଇଫୁନ୍ ହିନାନୋର’ । ୨୦୨୨ର ସବୁଠାରୁ ଶକ୍ତିଶାଳୀ ‘ଗ୍ଲୋବାଲ୍ ଷ୍ଟର୍ମ’, ଆଉ ଯାହାର ନାମ ରଖାଯାଇଛି ‘ସୁପର ଟାଇଫୁନ୍ ହିନାନୋର’ । ଯାହାକି ବର୍ତ୍ତମାନ ପୂର୍ବ ଚୀନ୍ ସାଗର ମଧ୍ୟରେ ଗତିକରୁଛି । ତେବେ ଏହି ଝଡ଼ ଘଣ୍ଟାପ୍ରତି ୧୬୦ ମାଇଲ ବେଗରେ ଗତିକରୁଛି । ଏହା ଜାପାନର ଦକ୍ଷିଣ ଦ୍ୱୀପପୁଞ୍ଜ ପ୍ରତି ବିପଦ ସୃଷ୍ଟି କରିବା ସହ ଚୀନ୍ର ପୂର୍ବ ଉପକୂଳରେ ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି ।

ଏହା ପ୍ରଭାବରେ ବର୍ତ୍ତମାନ ଘଣ୍ଟାପ୍ରତି ପ୍ରାୟ ୧୬୦ ମାଇଲ୍ ବେଗରେ ପବନ ବୋହୁଛି । ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୧୯୫ ମାଇଲ୍ରୁ ଅଧିକ ରହିଛି । ସମୁଦ୍ରରେ ୫୦ ଫୁଟ ଉଚ୍ଚତାର ଢ଼େଉ ଉଠୁଛି । ଜାପାନ ପାଣିପାଗ ଏଜେନ୍ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ସମୟରେ ରେକର୍ଡ ହୋଇଥିବା ସର୍ବାଧିକ ପବନର ବେଗ ଆଧାରରେ ହିନାନୋର ୨୦୨୨ର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ହେବ ।

More Stories
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ