ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲ ହସ୍ତାନ୍ତରକୁ ବିରୋଧ । ମାର୍ଚ୍ଚ 1 ରେ ରାଉଲକେଲା ବନ୍ଦ ଡାକରା । ରାଉରକେଲା ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଘରୋଇ ସଂସ୍ଥା ଆପୋଲୋକୁ ହସ୍ତାନ୍ତର ନିଷ୍ପତ୍ତିକୁ ପ୍ରତିବାଦ । ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ମାର୍ଚ୍ଚ 1ରେ ୧୨ ଘଣ୍ଟିଆ ବନ୍ଦ ଡାକରା । ଏନେଇ ୨୭ ଓ ୨୮ ତାରିଖରେ ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଓ ପଦଯାତ୍ରା ଅନୁଷ୍ଠିତ ହେବ । ପରେ ମାର୍ଚ୍ଚ ୧ ତାରିଖ ବନ୍ଦ ପାଳନ କରାଯିବ । କେନ୍ଦ୍ର ସରକାର ୪ ଶହ କୋଟି ଟଙ୍କା ଖର୍ଚ୍ଚ କରି ରାଉରକେଲାରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ କରିଥିଲେ । ଏହାକୁ ସରକାରୀ ହସ୍ପିଟାଲ କରିବା ପରିବର୍ତ୍ତେ ଘରୋଇ ସଂସ୍ଥା ହାତରେ ଟେକି ଦେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଘରୋଇ ହସ୍ପିଟାଲକୁ ନଦେଇ ଏମ୍ସ ହସ୍ପିଟାଲ କରିବା ପାଇଁ ଦାବି ହୋଇଛି । ଏହାସହ ରାଉରକେଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବା ଅଭିଯୋଗ ହୋଇଛି ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ