ଆଗାମୀ ୩ଦିନ ଯାଏଁ ରାଜ୍ୟବାସୀଙ୍କୁ ଆଶ୍ବସ୍ତୀ ନାହିଁ । ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ ପରବର୍ତୀ ସମୟରେ କମିବ ତାତି । ପ୍ରଭାବରେ ୧୮ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ । ୧୮ ଯାଏଁ କିଛି-କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ଠାରୁ ୫ ରୁ ୭ ଡ଼ିଗ୍ରୀ ଅଧିକ ରେକର୍ଡ ହେବ ସମ୍ଭାବନା ରହିଛି । ଆଜି ସକାଳ ୫ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୩୦.୨ ଡ଼ିଗ୍ରୀ ତାପମାତ୍ରା ୯୨% ଆଦ୍ରତା ରେକର୍ଡ ହୋଇଚି । ଆଜି ପାଇଁ ୧୫ଜିଲ୍ଲାକୁ ଅରେଞ୍ଜ, ୫ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ସମ୍ବଲପୁରକୁ ସତର୍କତା ଜାରି ହୋଇଛି । ସେହିପରି ବରଗଡ, ବଲାଙ୍ଗୀର, ସୋନପୁର, ନୂଆପଡା, କନ୍ଧମାଳ, କଟକ, ଖୋର୍ଦ୍ଧା, କଳାହାଣ୍ଡି, ଅନୁଗୁଳ, ଦେବଗଡ ଓ ବୌଦ୍ଧକୁ ମଧ୍ୟ ଆଲର୍ଟ କରାଯାଇଛି ।
“The eyes believe themselves, the ears believe other people.”
More Stories
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ
ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବ 10ଟି ବଡ ଶିଳ୍ପ