The Topmost

“The eyes believe themselves, the ears believe other people.”

୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ୍

୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ୍ । ଭୂପେନ୍ଦ୍ରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ । ଭୂପେନ୍ଦ୍ରଙ୍କ ସମେତ ଶପଥ ନେଇଛନ୍ତି ୧୭ ଜଣ ମନ୍ତ୍ରୀ । ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ପ୍ରଫୁଲ୍ଲ ପାନସେରିଆ, ଭିଖୁସିନଂ ପରମାର, କୁନଓ୍ବାରଜି ହାଲପାଟି, ପୁରୁଷୋତ୍ତମ ସୋଲାଙ୍ଗି, ବାଚୁଭାଇ ଖାବଡ, ମୁକେଶ ପଟେଲ, ହର୍ଷ ସାଙ୍ଗଭି, ଜଗଦୀଶ ବିଶ୍ବକର୍ମା, କୁନଓ୍ବାରଜି ବାଭାଲିୟା, ମୋଲୁଭାଇ ବେରା, କୁବେର ଦିନ୍ଦର, ଭାନୁବେନ ବାବାରିଆ ପ୍ରମୁଖ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ । ଗତବର୍ଷ ସେପ୍ଟେମ୍ବରରେ ବିଜୟ ରୂପାଣୀଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ଭୂପେନ୍ଦ୍ର ।