୧୦ ବର୍ଷ ପରେ ପୁଣି ଆଇପିଏଲ୍ ଫିଲ୍ଡରେ ଦୁଇ ଖେଳାଳି ମୁହାଁ ମୁହିଁ । ମ୍ୟାଚ୍ ପରେ ମୈଦାନରେ ମୁହାଁମୁହିଁ ହେଲେ ବିରାଟ ଓ ଗମ୍ଭୀର । ଆଇପିଏଲ୍ ୨୦୨୩ରେ ପୁଣି ଚର୍ଚ୍ଚାକୁ ଆସିଲା ବିରାଟ ଓ ଗମ୍ଭୀରଙ୍କ କଳି । ଏହାସହ ଆଇପିଏଲର ନିୟମ ଉଲ୍ଲଂଘନ କରିଥିବାରୁ ଉଭୟଙ୍କୁ ଜରିମାନା ହୋଇଛି । ଜରିମାନା ବାବଦକୁ କଟିବ ଶହେ ପ୍ରତିଶତ ମ୍ୟାଚ୍ ଫି । ସେହିପରି ନବୀନ ଉଲ-ହକ୍ଙ୍କର କଟିବ ୫୦ ପ୍ରତିଶତ ମ୍ୟାଚ୍ ଫି । ଗତକାଲି ଆରସିବି ଓ ଏଲଏସଜି ମଧ୍ୟରେ ଥିଲା ମୁକାବିଲା । ଘରୋଇ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ୧୮ ରନରେ ମାତ୍ ଦେଲା ବେଙ୍ଗାଳୁରୁ । ମ୍ୟାଚ୍ ଜିତିବାକୁ ବେଙ୍ଗାଳୁରୁ ଟିମ୍ ଲକ୍ଷ୍ନୌକୁ ୧୨୭ ରନର ଟାର୍ଗେଟ୍ ଦେଇଥିଲା । ହେଲେ ୧୦୮ ରନ କରିବାରେ ସକ୍ଷମ ହୋଇଥିଲେ । ଏହାପରେ ସମସ୍ତ ଖେଳାଳି ଉଭୟ ଉଭୟଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ କୌଣସି କାରଣକୁ ନେଇ ବିରାଟ ଓ ଗମ୍ଭୀରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ବିରାଟ ଓ ଗୌତମଙ୍କ ମଧ୍ୟରେ ଜୋରଦାର ଝଗଡ଼ା ବେଳେ ଖେଳାଳି ଓ ଷ୍ଟାଫ୍ ଆସି ସମାଧାନ କରିଥିଲେ । ପରେ ଉଭୟ ଉଭୟଙ୍କ ଦୋଷ ସ୍ବୀକାର କରିଛନ୍ତି । ୨୦୧୩ ଆଇପିଏଲ୍ ମ୍ୟାଚ୍ ବେଳେ ମଧ୍ୟ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।
More Stories
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..
ପୁଣି ବିଶ୍ବ ରେକର୍ଡ କଲେ ନିରଜ୍