August 13, 2025
Tamil Nadu student joins Ukraine forces to fight Russian invasion @the_topmost

ୟୁକ୍ରେନ୍‌ ସେନାରେ ଯୋଗଦେଲେ ୨୧ ବର୍ଷିୟ ଭାରତୀୟ ଛାତ୍ର

ତାମିଲନାଡୁ: ତାମିଲନାଡୁ କୋଏମ୍ବାଟୁର ଜିଲ୍ଲାର ଜଣେ ୨୧ ବର୍ଷୀୟ ଛାତ୍ର ସାଇନିକେଶ ରବିଚନ୍ଦ୍ରନ ଋଷ ବିରୋଧରେ ଲଢିବା ପାଇଁ ୟୁକ୍ରେନର ପାରାମିଲିଟାରୀ ଫୋର୍ସରେ ଯୋଗ ଦେଇଛନ୍ତି। ଅଧିକାରୀମାନେ ତାଙ୍କ ବାସଭବନକୁ ଯାଇ ତାଙ୍କ ପିତାମାତାଙ୍କୁ ପଚାରି ବୁଝିଥିଲେ। ସେମାନେ ଜାଣିବାକୁ ପାଇଲେ ଯେ ସେ ଭାରତୀୟ ସେନାରେ ଯୋଗଦେବା ପାଇଁ ଆବେଦନ କରିଥିଲେ କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ୨୦୧୮ ରେ, ସାଇନିକେଶ ଖାର୍କିଭରେ ଥିବା ଜାତୀୟ ଏରୋସ୍ପେସ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ୟୁକ୍ରେନ ଯାଇଥିଲେ । ସେ ଜୁଲାଇ ୨୦୨୨ ସୁଦ୍ଧା ପାଠ୍ୟକ୍ରମ ଶେଷ କରିବାକୁ ଯାଉଥିଲେ। ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ତାଙ୍କ ପରିବାର ସାଇନିକେଶଙ୍କ ସହ ଯୋଗାଯୋଗ ହରାଇଥିଲେ। ଦୂତାବାସର ସାହାଯ୍ୟ ମାଗିବା ପରେ ସେମାନେ ସାଇନିକେଶଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲେ। ସେ ତାଙ୍କ ପରିବାରକୁ ସୂଚନା ଦେଇଛନ୍ତି ଯେ ସେ ଋଷ ବିରୋଧରେ ଲଢିବା ପାଇଁ ୟୁକ୍ରେନ ପାରାମିଲିଟାରୀ ଫୋର୍ସରେ ଯୋଗ ଦେଇଛନ୍ତି।

SHARE BY